ଜାମ୍ମୁ ଓ କାଶ୍ମୀର ହେବ ଆତଙ୍କବାଦ ମୁକ୍ତ: ଅର୍ଥ ଯୋଗାଉଥିବା ଲୋକଙ୍କ ଘରେ NIAର ଚଢଉ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଚଢଉ। ଆଜି ଶ୍ରୀନଗରରେ ୧୧ଟି ଓ ଦିଲ୍ଲୀର ୫ଟି ସ୍ଥାନରେ ଚଢ଼ଉ କରିଛି NIA । ଏମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ଯେଉଁମାନଙ୍କ ସଂପର୍କ ବିଚ୍ଛିନ୍ନତାବାଦୀ ନେତାଙ୍କ ସହ ଅଛି ସେମାନଙ୍କୁ ମଧ୍ୟ ଆଜି ପଚରା ଉଚରା କରାଯାଇଛି। ପୂର୍ବରୁ ବି NIA ଜାମ୍ମୁ ଓ କାଶ୍ମୀରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା। NIA ପକ୍ଷରୁ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର, ହନ୍ଦ୍ୱାଡା ଓ ବାରାମୁଲାର ୧୨ ଟି ସ୍ଥାନରେ ଚଢଉ କରିଛି। ସେପଟେ ପୂର୍ବରୁ ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇଥିବା  କାଶ୍ମୀରର ବିଚ୍ଛୀନତାବାଦୀ ନେତା ଶବୀର ଶାହାଙ୍କ ଜାମିନ୍ ଆବେଦନକୁ ଦିଲ୍ଲୀର ଏକ କୋର୍ଟ ନାକଚ କରିଦେଇଛନ୍ତି।