ହିନ୍ଦୀ ଡବିଂ କାର୍ଯ୍ୟକ୍ରମ ପ୍ରସାରଣ କରି ଲାଇସେନ୍ସ ହରାଇଲା ନିକଲୋଡିୟନ ଚ୍ୟାନେଲ୍‌

ନୂଆଦିଲ୍ଲୀ: ହିନ୍ଦୀ ଡବିଂ କାର୍ଟୁନ କାର୍ଯ୍ୟକ୍ରମ ପ୍ରାସାରଣ କରିଥିବା ନିକଲୋଡିୟନ୍ ଚ୍ୟାନେଲର ଲାଇସେନ୍ସ ରଦ୍ଦ କରିଛି ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରି ଅଥରିଟି (ପେମ୍ରା)। ପେମ୍ରା ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ନିକଲୋଡିୟନ ଚ୍ୟାନେଲର ପେମ୍ରା ଜାରି କରିଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି ବୋଲି କୁହାଯାଇଛି।

‘ଡନ୍’ ଖବରକାଗଜରେ ପ୍ରକାଶିତ ଖବର ମୁତାବକ ଯେଉଁ ଚ୍ୟାନେଲ୍ ପାକିସ୍ତାନରେ ଭାରତୀୟ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ପ୍ରସାରଣ କରିବ ତାକୁ ବ୍ୟାନ୍ କରାଯିବ ବୋଲି ଅକ୍ଟୋବର ୧୯ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା।