ଚୋରି ସନ୍ଦେହରେ ନାଇଜେରିଆ ନାଗରିକଙ୍କୁ ନିସ୍ତୁକ ମାଡ଼

ନୂଆଦିଲ୍ଲୀ: ଜଣେ ନାଇଜେରିଆ ନାଗରିକଙ୍କୁ ନିସ୍ତୁକ ମାଡ଼ର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବତୀଖୁଣ୍ଟରେ ଯୁବକଙ୍କର ହାତ ବାନ୍ଧି ଠେଙ୍ଗା ଓ ବାଡ଼ିରେ ନିର୍ଧୁମ ଛେଚିଛନ୍ତି କିଛି ଲୋକେ। ଯୁବକ ଜଣକ ଯେତେ ନେହୁରା ହେଲେ ବି ଆକ୍ରମଣକାରୀମାନେ ଆଦୌ ଶୁଣୁ ନାହାଁନ୍ତି।

ଏହି ଘଟଣାଟି ଦୁଇ ସପ୍ତାହ ତଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଘଟିଥିଲା। ଚୋରି ଓ ଡ୍ରଗ୍‌ସ କାରବାର ଅଭିଯୋଗରେ ନାଇଜେରିଆ ନାଗରିକଙ୍କୁ ନିର୍ଧୁମ ବାଡ଼େଇଥିଲେ ସ୍ଥାନୀୟ ଲୋକେ। ଏହି ଦୃଶ୍ୟ ସୋସିଆ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଥିବା ବେଳେ ନାଇଜେରିଆ ନାଗରିକ ଜଣକ ଗିରଫ ହୋଇ ଜେଲରେ ଅଛନ୍ତି।