ପଥର ଖାଦାନରେ ବିସ୍ଫୋରଣ;୯ ମୃତ, ୬ ଗୁରୁତର

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ ଜିଲ୍ଲା ହାତୀବେଲ୍‌ଗଲ୍‌ ଗାଁରେ ଥିବା ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସମସ୍ତ ମୃତାହତ ବିହାର, ଓଡ଼ିଶା ଓ ଛତିଶଗଡ଼ର ବୋଲି ସୂଚନା ମିଳିଛି।

30

ଗତକାଲି ରାତିରେ ୩୦ ଜଣ ଶ୍ରମିକ ପଥର ଖାଦାନରେ କାମ କରୁଥିଲା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ଏବେବି ୧୫ଜଣ ଶ୍ରମିକ ନିଖୋଜ ଅଛନ୍ତି। ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।