ମୁହଁ ଫୁଟାଣି ଦେଖାଇଲେ ନିରବ: କହିଲେ-ଏବେ ମୁଁ ଟଙ୍କା ଶୁଝିବା ସ୍ଥିତିରେ ନାହିଁ

ନୂଆଦିଲ୍ଲୀ: ପିଏନ୍‌ବି ଘୋଟାଲାରେ ଅଭିଯୁକ୍ତ ନିରବ ମୋଦି ମୁହଁ ଫୁଟାଣି ମାରିଛନ୍ତି। ନିରବ ମୋଦି ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ପ୍ରବନ୍ଧକଙ୍କୁ ଏହି ମାମଲା ନେଇ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ନିରବ ଲେଖିଛନ୍ତି,“ ବ୍ୟାଙ୍କ ଏହି ମାମଲା ସାର୍ବଜନିକ କରି ଟଙ୍କା ଫେରି ପାଇବାର ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି। ମୋ ଉପରେ ବକେୟା ଟଙ୍କା ବୃଦ୍ଧି କରି ଏପରି କୁହାଯାଉଛି। ବକେୟା ଟଙ୍କା ୫୦୦୦ କୋଟିରୁ କମ୍‌। ଏବେ ଏହି ଟଙ୍କା ଶୁଝିବା ସ୍ଥିତିରେ ମୁଁ ନାହିଁ।”

ଏହି ଚିଠି ୧୫ କିମ୍ୱା୧୬ ଫେବ୍ରୁଆରୀରେ ଲେଖାଯାଇଛି।

ସେ ଆହୁରି ଲେଖିଛନ୍ତି,“ ଏହି ମାମଲା ସାର୍ବଜନିକ ହେବା ପରେ ଆମ ବ୍ରାଣ୍ଡକୁ କ୍ଷତି ସହିବାକୁ ପଡ଼ିଛି। ଯଦ୍ୱାରା ବ୍ୟବସାୟରେ କ୍ଷତି ହେଉଛି। ଏବେ ବ୍ୟାଙ୍କର ବକେୟା ଟଙ୍କା ଶୁଝିବା  ସ୍ଥିତିରେ ମୁଁ  ନାହିଁ। ଏହି ବ୍ୟବସାୟରେ ମୋ ପତ୍ନୀଙ୍କର କୌଣସି ସଂପୃକ୍ତି ନାହିଁ। ମୋ ପତ୍ନୀ ଓ ମାମୁଁଙ୍କ ଉପରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ”