ନିରବ ମୋଦିଙ୍କ ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):  ପିଏନ୍‌ବି ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଫେରାର ଥିବା ଅଳଙ୍କାର ବ୍ୟବସାୟୀ ନିରବ ମୋଦୀଙ୍କ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏଣିକି ମୋଦିଙ୍କ ‘ପ୍ରଡକ୍ଟ ଲାଇନ୍‌’ ବ୍ରାଣ୍ଡ ଆମ୍ବାସେଡର ଭାବେ ଆଉ କାର୍ଯ୍ୟ କରିବେ ନାହିଁ ବୋଲି ଜଣାପଡିଛି।  ପୂର୍ବରୁ ଏ ବାବଦରେ ହୋଇଥିବା ସମସ୍ତ ଚୁକ୍ତି ଛିନ୍ନ କରାଯାଇଛି ବୋଲି ପ୍ରିୟଙ୍କା ଚୋପ୍ରାଙ୍କ ପ୍ରବକ୍ତା କହିଛନ୍ତି। ସୂଚନାଯୋଗ୍ୟ, ଭାରତର ଦ୍ୱିତୀୟ ବିଜୟ ମାଲ୍ୟା କୁହାଯାଉଥିବା ନିରବ ମୋଦି ଲେଟର ଅଫ୍ ଅଣ୍ଡରଷ୍ଟାଣ୍ଡିଂ ବଳରେ ପିଏନବିରୁ ୧୧ ହଜାର ୩ଶହ କୋଟି ଠକି ନେଇଥିବା ଅଭିଯୋଗ ହୋଇଛି।