ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କ ବିରୋଧରେ ଶୁକ୍ରବାର ଆସିବ ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଫାଶିଦଣ୍ଡାଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଇପାରନ୍ତି ରାୟ।

୨୦୧୪ରେ ୪ ଅଭିଯୁକ୍ତଙ୍କୁ ଫାଶିଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଅଭିଯୁକ୍ତମାନେ ହେଲେ ମୁକେଶ, ପୱନ, ବିନୟ ଶର୍ମା ଓ ଅକ୍ଷୟ ଠାକୁର। ଫାଶିଦଣ୍ଡାଦେଶ ବିରୋଧରେ ଏହି ଅଭିଯୁକ୍ତମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ୨୦୧୨ ଡିସେମ୍ବର ୬ତାରିଖରେ ଦିଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ। ଏମାନଙ୍କ ମଧ୍ୟରୁ ରାମ ସିଂ ନାମକ ଅଭିଯୁକ୍ତ ତିହାର ଜେଲରେ ଥିବା ବେଳେ ଫାଶିଦେଇ ଆତ୍ମହତ୍ୟା କରିଛି। ସେତେବେଳେ ଆଉ ଜଣେ ନାବାଳକ ଅଭିଯୁକ୍ତ ଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।