ନିଶା କାରବାର ଅଭିଯୋଗରେ ସୀମାରୁ ବିଏସଏଫ୍ ଯବାନ ଗିରଫ

ନୂଆଦିଲ୍ଲୀ: ରାଜସ୍ଥାନର ଭାରତ- ପାକ୍ ସୀମାରୁ ବିଏସଏଫର ଜଣେ କନଷ୍ଟେବଳ ଅନିଲ କୁମାରକୁ ଶନିବାର ପଞ୍ଜାବ ପୋଲିସ ଗିରଫ କରିଛି। ସୀମାରେ ଚାଲିଥିବା ନିଶା କାରବାରର ଯାଞ୍ଚ ବେଳେ ଅନିଲଙ୍କୁ ସନ୍ଦେହରେ ଗିରଫ କରାଯାଇଛି।

ଜଣେ ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ ୫୨ ବାଟାଲିୟନର ଅନିଲ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରାଯାଇଛି। ଅନିଲ ଗଙ୍ଗାନଗର ଭାରତ-ପାକ ସୀମାରେ ମୁତୟନ ଥିଲେ।