ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ସ୍ୱାସ୍ଥ୍ୟ ଖରାପ: ହେଲ୍‌ଥ ଇଣ୍ଡେକ୍ସ ରିପୋର୍ଟରେ ଆମ ରାଜ୍ୟର ସ୍ଥିତି କେଉଁଠି ପଢ଼ନ୍ତୁ

ନୂଆଦିଲ୍ଲୀ: ହେଲ୍‌ଥ ଇନ୍‌ଡେକ୍ସ ତାଲିକା ପ୍ରକାଶ କରିଛି ନୀତି ଆୟୋଗ। ଏଥିରେ ବଡ଼ ରାଜ୍ୟ ଗୁଡ଼ିକ ମଧ୍ୟରୁ କେରଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସବୁଠାରୁ ପଛରେ ରହିଛି ଉତ୍ତରପ୍ରଦେଶ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ନାମ ରହିଛି।

ତାଲିକାରେ ଶୀର୍ଷ ସ୍ଥାନରୁ କ୍ରମାନ୍ୱୟରେ କେରଳ ପରେ ରହିଛନ୍ତି ପଞ୍ଜାବ, ତାମିଲନାଡୁ ଓ ଗୁଜରାଟ। ତାଲିକାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ସାମିଲ୍ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ରାଜସ୍ଥାନ, ବିହାର ଓ ଓଡ଼ିଶା ରହିଛି।

ବାର୍ଷିକ ପ୍ରଦର୍ଶନ ତୁଳନାରେ ଶୀର୍ଷରୁ ତିନୋଟି ରାଜ୍ୟ ମଧ୍ୟରେ ଝାଡ଼ଖଣ୍ଡ, ଜମ୍ମୁ-କାଶ୍ମୀର ଓ ଉତ୍ତରପ୍ରଦେଶ ରହିଛନ୍ତି। ନବଜାତ ମୃତ୍ୟୁ ହାର, ପାଞ୍ଚ ବର୍ଷରୁ କମ୍ ଶିଶୁ ମୃତ୍ୟୁ ହାର, ପୂର୍ଣ୍ଣ ଟୀକାକରଣ ଓ ଡାକ୍ତରଖାନାରେ ପ୍ରସବ କ୍ଷେତ୍ରରେ ଏହି ରାଜ୍ୟ ଗୁଡ଼ିକ ଭଲ ସ୍ଥିତିରେ ଅଛନ୍ତି। ସେହିଭଳି ଏହିସବୁ କ୍ଷେତ୍ରରେ ଛୋଟ ରାଜ୍ୟ ଗୁଡ଼ିକ ମଧ୍ୟରେ ମିଜୋରାମ୍‌ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ରହିଛି ମଣିପୁର, ଗୋଆ। କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲାକ୍ଷାଦ୍ୱୀପ ଶୀର୍ଷରେ ରହିଛି।