ଇସ୍ଥଫା ଦେଲେ ନିତିଆୟୋଗର ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଇସ୍ଥଫା ଦେଲେ ଅରବିନ୍ଦ ପାନଗେରିଆ। ନିତିଆୟୋଗର ପ୍ରଥମ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ଅରବିନ୍ଦ ଆଜି ଏହି ପଦରୁ ଇସ୍ଥଫା ଦେଇଛନ୍ତି। ଇସ୍ଥଫା ପରେ ସେ ପୁଣି ଥରେ ଅଧ୍ୟାପନା କ୍ଷେତ୍ରକୁ ଫେରି ଯିବେ ବୋଲି କହିଛନ୍ତି। ସେପ୍ଟେମ୍ବରରେ  ସେ କଲମ୍ବିଆକୁ ଯାତ୍ରା କରିବେ ବୋଲି କହିଛନ୍ତି। ଆମେରିକାରେ ରହିଆସିଥିବା ଏହି ଭାରତୀୟ ଜଣକ ୨୦୧୫ ଜୁନ୍‌ରେ ପ୍ରଥମ କରି ଗଠନ ହୋଇଥିବା ନିତିଆୟୋଗରେ ଉପାଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୬୪ ବର୍ଷୀୟ ପାନଗେରିଆ କଲମ୍ବିଆ ବିଶ୍ୱ ବିଦ୍ୟାଳୟରେ ଅର୍ଥନୀତିରେ  ପ୍ରଫେସର ଥିଲେ। ତେବେ ପ୍ରଧାନ ମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ଉକ୍ତ ବିଶ୍ୱବିଦ୍ୟାଳୟରୁ ୨ ବର୍ଷ ଛୁଟି ନେଇ ନତିଆୟୋଗରେ ଯୋଗ ଦେଇଥିଲେ।