୬୫ ବର୍ଷରେ ନୀତୀଶ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ପାଟନା: ୬୫ ବର୍ଷରେ ପଦାର୍ପଣ କରିଛନ୍ତି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିପାଇଁ ମଙ୍ଗଳବାର ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିବାରୁ ନୀତୀଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିହାର ବିଧାନସଭାର ସମସ୍ତ ବିଧାୟକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ପ୍ରେମ କୁମାର, ବରିଷ୍ଠ ବିଜେପି ନେତା ନନ୍ଦ କିଶୋର ଯାଦବ ପ୍ରମୁଖ ନୀତୀଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଚସ୍ପତି ବିଜୟ କୁମାର ଚୌଧୁରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନୀତୀଶ କୁମାର ୧୯୫୧ ମସିହା ମାର୍ଚ୍ଚ ୧ ତାରିଖରେ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ କଲ୍ୟାଣବିଘା ଗାଁରେ ଜନ୍ମ ହୋଇଥିଲେ। ତାଙ୍କ ବାପା କବି ରାମଲାଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।