ରୁଷିଆରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

ମସ୍କୋ: ରୁଷିଆର ପୂର୍ବାଞ୍ଚଳରେ ଶନିବାର ଅପରାହ୍ଣ ୩ ଟା ୨୫ ମିନିଟରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରହିଛି। ଏହି ଶକ୍ତିଶାଳୀ ଭୂମିକମ୍ପର କେନ୍ଦ୍ରବିନ୍ଦୁ ରୁଷିଆର ପୂର୍ବାଞ୍ଚଳର ପାହାଡି ଅଞ୍ଚଳର କାମଚାଟକା କ୍ରାଇରେ ୧୬୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି ବୋଲି ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି।