ବିମାନରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି: ଜାରି ହେବ ନୋ ଫ୍ଳାଏ କଟକଣା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଜାରି ହେବ ନୋ ଫ୍ଲାଏ କଟକଣା । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କଟକଣା ଜାରି ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଯାତ୍ରା ସମୟରେ ବିଶୃଙ୍ଖଳିତ ଆଚରଣ କଲେ ବିମାନ ଯାତ୍ରା କରିପାରିବେ ନାହିଁ। ବିମାନ ଯାତ୍ରା ସମୟରେ ବିଶୃଙ୍ଖଳିତ ଆଚରଣକୁ ୩ଟି ପଯର୍ୟାୟରେ ଭାଗ କରାଯାଇଛି। ବିମାନରେ ମହିଳାଙ୍କୁ ଅଶ୍ଳୀଳ ଇଂଗିତ କଲେ ୩ ମାସ ବ୍ୟାନ୍ କରାଯିବା ସହ ମହିଳାଙ୍କୁ ଅସଦାଚରଣ କଲେ ୬ମାସ ପାଇଁ ବିମାନ ଯାତ୍ରା ବ୍ୟାନ୍ ହେବ। ସେହିପରି ହତ୍ୟା ଧମକ ଦେଲେ ୨ବର୍ଷ ପାଇଁ ବିମାନ ଯାତ୍ରା ବ୍ୟାନ୍ ରହିବ । ନୋ ଫ୍ଲାଏ ତାଲିକାରେ ରହିଥିବା ଯାତ୍ରୀମାନଙ୍କୁ ବିମାନ ଟିକଟ କିଣିବା ପାଇଁ ଅନୁମତି ମିଳିବ ନାହିଁ । କିଛିଦିନ ତଳେ ଶିବସେନା ସାଂସଦ ରବୀନ୍ଦ୍ର ଗାଏକୱାଡ୍ ଏୟାର ଇଣ୍ଡିଆର ମ୍ୟାନେଜରଙ୍କୁ ବିମାନରେ ଅସଦାଚରଣ କରିଥିଲେ ଏହାପରେ ବିଶୃଙ୍ଖଳିତ ଯାତ୍ରୀଙ୍କ ବିମାନ ଯାତ୍ରା ଉପରେ କଟକଣା ଲଗାଇବା ପାଇଁ ଦାବି ହୋଇଥିଲା।

News and Picture Courtesy- business standard