କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଭଲ ଖବର: ପେନ୍‌ସନ ପାଇଁ ବ୍ୟାଙ୍କରେ ଆଉ ଚକ୍କର କାଟିବାକୁ ପଡ଼ିବନି  

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି  ଖବର। ଅବସର ପରେ ନିଜର ପେନ୍‌ସନ୍‌ ଆରମ୍ଭ ପାଇଁ କର୍ମଚାରୀଙ୍କୁ ବାରମ୍ବାର ବ୍ୟାଙ୍କ ଯିବାକୁ ପଡ଼ିବନି। କାରଣ ଅବସର ପରେ ସେମାନଙ୍କ ପେନ୍‌ସନ୍ ପେପର ଅର୍ଡ଼ର(ପିପିଓ)କୁ  ସମ୍ପୃକ୍ତ କର୍ମଚାରୀଙ୍କ ଘରକୁ ପଠାଇ ଦିଆଯିବ। ପେନ୍‌ସନ୍‌ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ନୂଆ ନିଷ୍ପତ୍ତି ଅନୁଯାୟୀ ଅବସର ପରେ କେନ୍ଦ୍ରୀୟ ଅକାଉଣ୍ଟ ଅଫିସ ପକ୍ଷରୁ  ସମ୍ପୃକ୍ତ କର୍ମଚାରୀଙ୍କ ପେନସ୍‌ନ ସମ୍ପର୍କିତ ସମସ୍ତ କାଗଜପତ୍ରର ନକଲ ତାଙ୍କ ପାଖକୁ ପଠାଯିବ। ଏଥିସହ ଆଉ ଏକ ନକଲ ବ୍ୟାଙ୍କକୁ ପଠାଯିବ। ଏଥିପାଇଁ କର୍ମଚାରୀମାନେ ନିଜ ହେଡ ଅଫସକୁ ଯାଇ ଏକ ଆବେଦନ କରିବେ। ସେହି ଅନୁଯାୟୀ ପେନ୍‌ସନ୍ ପେପର  ସେ ଚାହୁଁଥିବା ବ୍ୟାଙ୍କକୁ ପଠାଇ ଦିଆଯିବ। ପରେ ଉକ୍ତ କର୍ମଚାରୀ ସେହି ବ୍ୟାଙ୍କକୁ ଯାଇ ସେମାନଙ୍କ ପିପିଓ ଫର୍ମ ନେଇପାରିବେ। ଆଉ ପେନ୍‌ସନ୍‌ ସଂକ୍ରାନ୍ତୀୟ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିବ।