‘ବର୍ଷା ହେବା ପରେ ଏଇଏସ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି’

ପାଟନା: ମୌସୁମୀ ସକ୍ରିୟ ହେବା ପରେ ବିହାରରେ ବର୍ଷା ହୋଇଛି। ପରିଣାମସ୍ୱରପ ଏଯାଏ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍(ଏଇଏସ)ରେ ଆକ୍ରାନ୍ତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଜଣାପଡିଛି।

ମୁଜାଫରନଗର ଜିଲ୍ଲା ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ସୁନୀଲ କୁମାର ସାହି ଗଣମାଧ୍ୟମକୁ କହିଛନ୍ତି, ତାପମାତ୍ରା ବଢ଼ିବା ପରେ ଏହି ଏଇଏସ ରୋଗ ବ୍ୟାପିଥିଲା।

ଏମିତିକି ତାପମାତ୍ରା ଯେତେ ଅଧିକ ରହୁଥିଲା ଏଇଏସ ରୋଗୀଙ୍କ ସଂଖ୍ୟା ମଧ୍ୟ ସେତେ ବଢ଼ୁଥିଲା। ଏବେ ବର୍ଷା ହୋଇଛି ଓ ପାଗ ଥଣ୍ଡା ରହୁଥିବାରୁ ଆଗାମୀ ଦିନରେ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍ ରୋଗୀଙ୍କ ସଂଖ୍ୟା କମିବ ବୋଲି ଆଶା କରାଯାଉଛି।

ବିହାର ସରକାରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୪୦ଟି ଜିଲ୍ଲାରୁ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍ ରୋଗୀ ୨୦ଟି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଯାଏ ସରକାରୀ ଭାବରେ ୧୪୦ ଛୋଟ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ଜଣ ଚିକିତ୍ସିତ ହେଉଛନ୍ତି। କେବଳ ମୁଜାଫରନଗରରେ ଜୁନ ୧ ପରେ ୬୦୦ରୁ ଅଧିକ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି।

ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ କିମ୍ବା ଭୋକିଲା ପେଟରେ ଲିଚି ଖାଇବା ଦ୍ୱାରା ଏଇଏସ ରୋଗରେ ସାନପିଲା ଆକ୍ରାନ୍ତ ହେଉଥିବା ଡାକ୍ତରମାନେ ଦାବି କରିଛନ୍ତି।