ସ୍ପେନ୍‌ରେ ଆତଙ୍କବାଦୀ ଆକ୍ରମଣ: ୧୩ ମୃତ, ସବୁ ଭାରତୀୟ ସୁରକ୍ଷିତ

ନୂଆଦିଲ୍ଲୀ: ସ୍ପେନ୍‌ର ବାର୍ସିଲୋନା ଓ କେମ୍ବ୍ରିଲ୍ସରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରରେ କୌଣସି ଭାରତୀୟଙ୍କ କିଛି କ୍ଷତି ହୋଇନାହିଁ। ଏଠାରେ ରହୁଥିବା ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ସ୍ପେନ ସ୍ଥିତିକୁ ନେଇ ସେଠିକାର ଭାରତୀୟ ଦୂତାବାସ ସହ ସମ୍ପର୍କ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ କୌଣସି ସ୍ଥିତି ପାଇଁ ଜରୁରୀକାଳୀନ ଫୋନ ନମ୍ବ (+34-608769335) ଜାରି କରାଯାଇଛି। କୌଣସି ବି ସମସ୍ୟା ଥିଲେ ଏହି ନମ୍ବରରେ ସମ୍ପର୍କ କରିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି।

terrorଗତକାଲି ଏହି ଦୁଇଟି ସହରରେ ଆତଙ୍କବାଦୀମାନେ ତାଣ୍ଡବ ମଚାଥିଲେ। ବାର୍ସିଲୋନ ସହରର ମଧ୍ୟସ୍ଥଳରେ ଆତଙ୍କବାଦୀମାନେ ଏକ ଭ୍ୟାନ୍‌ ଲୋକଙ୍କ ପରେ ଚଢାଇ ଦେଇଥିଲେ। ଏହି ଘଟଣାରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୦ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି କେମ୍ବ୍ରିଲ୍ସରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଥିଲେ। ପୋଲିସ ପଲଟା ଆକ୍ରମଣ କରିବା ପରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଜଣେ ଆତଙ୍କବାଦୀକୁ ଗୁରୁତର ଅବସ୍ଥାରେ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ପୋଲିସ କର୍ମୀଙ୍କ ସମେତ ୭ ଜଣ ଲୋକ ଆହତ ହୋଇଛନ୍ତି।

ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏହି ଆକ୍ରମଣ କରିଥିବା କହିଛି।