ନୋବେଲ୍ ବିଜେତା କୈଳାସ ସତ୍ୟାର୍ଥୀଙ୍କ ଘରୁ ଚୋରି

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡ଼ିଛି। ଚୋରମାନେ ତାଙ୍କ ପାଖରେ ଥିବା ନୋବେଲ୍ ପୁରସ୍କାରର ଅବିକଳ ନକଲଟିକୁ ନେଇ ଯାଇଛନ୍ତି। ଚୋରମାନେ କିଛି ଦାମୀ ଜିନିଷ ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ନେଇ ଯାଇଛନ୍ତି।

ସୂଚନାଯୋଗ୍ୟ, କୈଳାସ ସତ୍ୟାର୍ଥୀ ପାଇଥିବା ପ୍ରକୃତ ନୋବେଲ୍ ପ୍ରାଇଜ୍‌ଟି ରାଷ୍ଟ୍ରପତି ଭବନରେ ଅଛି।

ସତ୍ୟାର୍ଥୀ ଏବେ ଦିଲ୍ଲୀରେ ନାହାନ୍ତି। ସେ ଆମେରିକା ଯାଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଶିଶୁ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା କୈଳାସ ସତ୍ୟାର୍ଥୀଙ୍କୁ ୨୦୧୪ରେ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ସହିତ ପାକିସ୍ତାନର ମଲାଲା ୟୁସୁଫଜଇଙ୍କୁ ମଧ୍ୟ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ମିଳିଥିଲା। ସେ ଝିଅମାନଙ୍କ ଶିକ୍ଷା ଉପରେ କାର୍ଯ୍ୟ କରୁଛନ୍ତି।