ନୂଆ ରୂପରେ ଆସୁଛି ୨୦ ବର୍ଷ ପୁରୁଣା ନୋକିଆ ଫୋନ୍‌

ଏଚ୍‌ଏମ୍‌ଡି ଗ୍ଲୋବାଲ୍ କମ୍ପାନୀ ନୋକିଆ ୩୩୧୦ ମୋଡେଲ୍‌ର 4G ଫିଚର ମୋବାଇଲ୍ ଫୋନ୍ ଚୀନ ବଜାରକୁ ଛାଡ଼ିଛି। ମୋବାଇଲ୍‌ର ବଜାର ପ୍ରବେଶ ପରେ କମ୍ପାନୀ ୱେବସାଇଟ୍‌ରେ ଏହି ମଡେଲ ସ୍ଥାନ ପାଇଛି।

ଏହି ଫୋନ୍‌ ଅତ୍ୟାଧୁନିକ ଷ୍ଟାଇଲ୍‌ରେ ତିଆରି କରାଯାଇଛି। ଏହି ଫୋନ୍‌ରେ 4G LTE ଓ VoLTE  ସପୋର୍ଟ କରିବ। ନୋକିଆ ଫୋନଟି ଭାରତ ବଜାରରେ ପ୍ରବେଶ କରିନଥିଲେ ମଧ୍ୟ ଏଥିରେ ଜିଓ ସିମ୍‌ ଚାଲି ପାରିବ।

ୱାଇ ଫାଇ ହଟ୍‌ସ୍ପଟ୍: ନୋକିଆର ଏହି ଲାଟେଷ୍ଟ ମଡେଲ୍‌ରେ ୱାଇଫାଇ ଓ ହଟସ୍ପଟର ଆଡ୍‌ଭାନ୍‌ସ ଫିଚର ମିଳିବ। ଏଥିରେ ଅଲିବାବାର YunOS ଅପରେଟିଂ ସିଷ୍ଟମ ଦିଆଯାଇଛି। ଏହି ଫୋନ୍‌ OS ଆଣ୍ଡ୍ରଏଡ୍‌ ପ୍ଲେଟ୍ ଫର୍ମ ସପୋର୍ଟ କରିବ। ଆଣ୍ଡ୍ରଏଡ୍ ଫୋନ୍‌ ଭଳି ଏଥିରେ ଆପଣ ସବୁକିଛି କରିପାରିବେ।

ପୋନ୍‌ର କଲର: ଏହି ଫୋନ୍‌ ସ୍କାଏ , ନୀଳ ଓ କଳା ରଙ୍ଗରେ ବଜାରକୁ ଆସିବ। ମଡେଲ୍ ଚେଞ୍ଜ ହୋଇ ନଥିଲେ ମଧ୍ୟ ଏଥିରେ ହାଡୱେର ଓ କନଫିଗିରେସନ୍‌ ସେଟିଂରେ ଅନେକ ପରିବର୍ତ୍ତନ କରାଯାଇଛି। ଏହି ଫୋନ୍‌ର ୨୫୬MB RAM ଓ ୫୧୨MB RAM ରହିଛି। କିନ୍ତୁ ଏହା ମୋବାଇଲ୍‌ର ସ୍କ୍ରିନ୍‌ ଓ ରିଜୋଲ୍ୟୁସନ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଜିଓ ସହିତ ଟକ୍କର ଦେବ: ଭାରତରେ ଲଞ୍ଚ ହେଲେ ଏହି ଫୋନ୍‌ର ଟକ୍କର ଜିଓ ଫୋନ୍‌ ସହିତ ହେବ। ନୋକିଆ କମ୍ପାନୀର ଏହି ମଡେଲ ଫୋନ୍‌ ୨୦ ବର୍ଷ ପୁରୁଣା ହେଲେ ବି ଏହା ଖୁବ ଲୋକପ୍ରିୟତା ପାଇଛି। ତା  ସହିତ ଏଥିରେ ହୋଇଥିବା ପରିବର୍ତ୍ତନ ଜିଓ ଫୋନକୁ କଡ଼ା ଟକ୍କର ଦେବ। ସେହିଭଳି ପ୍ରଥମ ବୁକିଂରେ ୬୦ ଲକ୍ଷ ଜିଓ ଫୋନ୍‌ ବିକ୍ରି ହୋଇ ସାରିଛି।