ଭାରତକୁ ଆସିଲା ନୋକିଆ ୮ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ନୋକିଆ ୮ ସ୍ମାର୍ଟଫୋନ୍‌। ଏହି ଫୋନ୍‌ ଆଜି ଲଞ୍ଚ ହୋଇଥିବା ବେଳେ ଅକ୍ଟୋବର ୧୪ରୁ ଆମାଜନ୍‌ରେ  ଉପଲବ୍ଧ ହେବ। ଯାହାର ମୂଲ୍ୟ ୩୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଫ୍ରଣ୍ଟ ୧୩ ଏମପି ଏବଂ ରିଅର କ୍ୟାମେରା ୧୩ ଏମପି  ରହିଛି। ଏହାର ଆପ୍ରେଚର୍‌ f/2.0 ଥିବା ବେଳେ ଅଟୋଫୋକସ୍  (PDAF), IR range ରହିଛି। ଏହି ସେଟ୍‌  5.3-inch QHD IPS ରହିଛି। ସେହିପରି ଏହାର ଡିସପ୍ଲେ ସିଷ୍ଟମ ମଧ୍ୟ ଉନ୍ନତମାନର। ଏହି ଫୋନ୍‌ରେ ୮୩୫ ପ୍ରସେସର ରହିଛି। ବ୍ୟାଟେରୀ କ୍ଷମତା 3090mAh ରହିଛି। ୪ଜିବି ରାମ ବିଶିଷ୍ଟ ଏହି ଫୋନ୍‌ରେ ୬୪ ଜିବି ଇଣ୍ଟରନାଲ ମେମୋରୀ ଉପଲବ୍ଧ।