ବଜାରକୁ ଆସିଲା ନୋକିଆର ନୂଆ ସ୍ମାର୍ଟ ଫୋନ୍‌: ମଡେଲ ବିଷୟରେ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ  

ନୂଆଦିଲ୍ଲୀ: ଜଣାଶୁଣା ମୋବାଇଲ କମ୍ପାନୀ ନୋକିଆ ତା’ର ବହୁ ପ୍ରତିକ୍ଷୀତ ସ୍ମାର୍ଟ ଫୋନ ଲଞ୍ଚ କରିଛି । କମ୍ପାନୀ ଏକାଥରକେ ୩ ଟି ନୂଆ ସ୍ମାର୍ଟ ଫୋନ ବଜାରକୁ ଛାଡିଛି । ଏହି ମଡେଲ ଗୁଡିକ ହେଉଛି ନୋକିଆ ୬ , ନୋକିଆ  ୫ ଏବଂ ନୋକିଆ ୩। ଏହାର ମୂଲ୍ୟ  ଯଥାକ୍ରମେ ୯ ହଜାର ୪୯୯, ୧୨ହଜାର ୮୯୯ ଏବଂ ୧୪ ହଜାର ୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟ ଫୋନ ଗୁଡିକ ମଧ୍ୟରୁ ନୋକିଆ ୫ ଓ ନୋକିଆ ୩ ମଡେଲ ରିଟେଲରଙ୍କ ପାଖରେ ବିକ୍ରି ହେବାକୁ ଥିବା ବେଳେ ନୋକିଆ ୬ ମଡେଲଟି ଆମାଜନରେ ଉପଲବ୍ଧ ହେବ। ଜୁନ ୧୬ ରୁ ନୋକିଆ ୩, ଜୁଲାଇ ୭ରୁ ନୋକିଆ ୫ ଏବଂ ଜୁଲାଇ ୧୪ରୁ ନୋକିଆ ୬ ମଡେଲ ମୋବାଇଲ ବିକ୍ରି ହେବ। ଏହି ସ୍ମାର୍ଟ ଫୋନ ଗୁଡିକ ଭାରତରେ ନିର୍ମାଣ କରାଯାଇଛି।