ଏଥର ଭଲ ବର୍ଷା, ଟଳିଲା ଏଲ୍‌ନିନୋ ବିପଦ

ନୂଆଦିଲ୍ଲୀ: ଏଥର ଭଲ ବର୍ଷା। ଏପରିକି  ସ୍ୱଭାବିକ୍‌ଠାରୁ ଅଧିକ ବର୍ଷିପାରେ। ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ନିର୍ଦ୍ଦେଶକ କେଜି.ରମେଶ କହିଛନ୍ତି ଯେ, ଏଥର ମୌସୁମୀ ପ୍ରତି ଏଲନିନୋର ସେତେଟା ବିପଦ ନାହିଁ।  ତେଣୁ ଚଳିତ ବର୍ଷ ୯୮ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ  ପ୍ରଭାବରେ ୯୬ ପ୍ରତିଶତ ବର୍ଷା ହେବାକୁ ଥିବା ବେଳେ  ଦୀର୍ଘ ମିଆଦୀ ହାରାହାରି ବର୍ଷା (ଏଲପିଏ) ୧୦୪ ପ୍ରତିଶତ ରହିବ। ଉତ୍ତର-ପଶ୍ଚିମାଞ୍ଚଳରେ ୯୬ରୁ ପ୍ରତିଶତ ଏଲପିଏ, କେନ୍ଦ୍ରାଞ୍ଚଳରେ  ୧୦୦ ପ୍ରତିଶତ ଏଲପିଏ , ଦକ୍ଷିଣାଞ୍ଚଳରେ ୯୯ ପ୍ରତିଶତ  ଏଲପିଏ ଏବଂ  ଉତ୍ତର –ପୂର୍ବାଞ୍ଚଳରେ ୯୬ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।  ସେହିପରି ଜୁଲାଇ-ଅଗଷ୍ଟରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।