ଡରିଗଲା କି ଉତ୍ତର କୋରିଆ: ଆମେରିକାର ଅସ୍ତ୍ରଶସ୍ତ୍ର ବିଶେଷଜ୍ଞଙ୍କ ଉପସ୍ଥିତିରେ ବନ୍ଦ ହେବ ଆଣବିକ ପରୀକ୍ଷଣ କେନ୍ଦ୍ର

ଉତ୍ତରକୋରିଆର ପୁଣି ଏକ ଐତିହାସିକ ଘୋଷଣା। ଆସନ୍ତାମାସରେ ଆଣବିକ ପରୀକ୍ଷଣ କେନ୍ଦ୍ର ଗୁଡିକୁ ବନ୍ଦ କରିବା ସହ ଆମେରିକାର ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଘୋଷଣା କରିଛି ଉତ୍ତରକୋରିଆ।  ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଏଥିସହ ଗଣାମାଧ୍ୟମ ପ୍ରତିନିଧିଙ୍କୁ ପୁରା ଘଟଣା ସମ୍ପର୍କରେ ଜଣାଇ ଦିଆଯିବ ବୋଲି ଉତ୍ତର କୋରିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଶୁକ୍ରବାର ଦକ୍ଷିଣ କୋରିଆ ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଥିଲେ।  ଏଥିରେ ସମଗ୍ର କୋରିଆ ଭୁଖଣ୍ଡକୁ ପରମାଣୁ ଅସ୍ତ୍ରମୁକ୍ତ କରିବାକୁ ଦୁଇ ଦେଶ ରାଜି ହେବା ପରେ ଉତ୍ତରକୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଏପରି ପଦକ୍ଷେପ ନେଇଛନ୍ତି। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ କୋରିଆ ଅଂଚଳରେ ଆଣବିକ ପରୀକ୍ଷଣକୁ ବନ୍ଦ କରିବା ପାଇଁ ମତ ପ୍ରକାଶ ପାଇଥିଲା।