ଆମେରିକା ଓ ଜାପାନ ଟାର୍ଗେଟରେ ଉତ୍ତର କୋରିଆ: କୌଣସି ପରିସ୍ଥିତିରେ ହୋଇପାରେ ଯୁଦ୍ଧ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶ୍ୱ ସମୁଦାୟକୁ ଅବମାନନା କରି ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ। ଜାପାନ ଉପର ଦେଇ ଏହି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ। ଏହା ଦ୍ୱାରା ସେହି ଅଞ୍ଚଳରେ ଉତ୍ତେଜନା ଫଳରେ ଜାପାନ ଏନେଇ ଉତ୍ତର କୋରିଆକୁ ଚେତାବନୀ ଦେଇଛି। ଜାପାନ କହିଛି ଆଉ ଥରେ ଯଦି ଏପରି ହୁଏ, ତେବେ ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ଛଡ଼ା ତା ପାଖରେ ଆଉ କିଛି ରାସ୍ତା ନାହିଁ। ଉତ୍ତର କୋରିଆର ଏଭଳି କାର୍ଯ୍ୟ ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତକା ବୃଦ୍ଧି ପାଇଛି। ଜାପାନ କହିଛି ଏହା ସମ୍ପୂର୍ଣ୍ଣ ବେଆଇନି ଓ ଏହା ଜାପାନ ଭିତରେ ଏକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛି।

ଆମେରିକା ମଧ୍ୟ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି। ଆମେରିକା ଉତ୍ତର କୋରିଆ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି। ଏହି ପ୍ରସଙ୍ଗରେ ମିଳିତ ଜାତିସଂଘର ଜରୁରୀ କାଳୀନ ବୈଠକ ବସିବା ପୂର୍ବରୁ ଉତ୍ତର କୋରିଆର ଏଭଳି କାର୍ଯ୍ୟ ପରିସ୍ଥିତିକୁ ଜଟିଳ କରିଦେଇଛି। କିଛି ମାସ ଭିତରେ ଉତ୍ତର କୋରିଆ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କଲାଣି। ଏହା ଫଳରେ ପଡୋଶୀ ଦେଶ ପାଇଁ ବିପଦ ବଢୁଥିବା ଆମେରିକା କହିଛି। ଆମେରିକା ସତର୍କ କରିଛି ଉତ୍ତର କୋରିଆକୁ। ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷା ପରେ ଆମେରିକ ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ ଉତ୍ତର କୋରିଆକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ଜାପାନ ଆମେରିକ ସହ ଆଲୋଚନା ଚଲାଇଛି। ଫଳରେ ଏହି ଘଟଣା ପରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More