ନୋଟବନ୍ଦୀ: ରୋଜଗାର ହରାଇଥିବା ଶ୍ରମିକଙ୍କୁ ମମତା ସରକାର ଦେବେ ୫୦,୦୦୦ ଟଙ୍କାର ସହାୟତା

କୋଲକାତା: ନୋଟବନ୍ଦୀ ଯୋଗୁଁ ପ୍ରଭାବିତ ହୋଇଥିବା ପଶ୍ଚିମବଙ୍ଗର ଶ୍ରମିକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୋଟବନ୍ଦୀ କାରଣରୁ ଯେଉଁମାନେ ରୋଜଗାର ହରାଇଛନ୍ତି ସେମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ଟଙ୍କାରେ ସେମାନେ ନୂଆ ରୋଜଗାର ସଂସ୍ଥା କରି ପାରିବେ ବୋଲି ଆଜି ରାଜ୍ୟ ସରକାର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ଅମିତ ମିତ୍ରା କହିଛନ୍ତି।

ଏହାସହ ସେ ନୋଟବନ୍ଦୀକୁ ଆର୍ଥିକ ଓ ରାଜନୈତିକ  ଜରୁରୀ ପରିସ୍ଥିତି ସହ ତୁଳନା କରିଛନ୍ତି। ସେ କହିଛନ୍ତି,“ନୋଟବନ୍ଦୀ ଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାରେ ରୋଜଗାର ହରାଇଥିବା ୫୦,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇ ନୂଆ କର୍ମସଂସ୍ଥାନ ପାଇଁ ଏହି ସହାୟତା ରାଶି ଯୋଗାଇ ଦିଆଯିବ।