ଭୁଲ୍ ଥିଲେ ଚଳିବ: ଆଧାର ସହ ଲିଙ୍କ ହୋଇ ପାରିବ ପାନକାର୍ଡ

ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଆସନ୍ତା ଜୁଲାଇ ୧ ତାରିଖ ସୁଦ୍ଧା ପାନକାର୍ଡକୁ ଆଧାର ସହ ଲିଙ୍କ କରିବାକୁ ନିଦ୍ଦେର୍ଶ ଦେଇଥିଲେ ଭାରତ ସରକାର। ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ପାନକାର୍ଡର ନାମ, ଆଧାର କାର୍ଡ ସହ ମିଶାଇ ସଂଶୋଧନ କରିବାକୁ ନିଦ୍ଦେର୍ଶ ଦେଇଥିଲେ। ନଚେତ ଜୁଲାଇ ୧ ତାରିଖ ଠାରୁ ବନାନରେ ଭୁଲ ରହିଥିବା ପାନକାର୍ଡକୁ ଅଚଳ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଯାହାଫଳରେ ଭୁଲ ଥିବା ପନକାର୍ଡର ଉପଭୋକ୍ତା ନା ଇନକମ ଟ୍ୟାକ୍ସ ଫ।ଇଲ କରିପାରିଥାନ୍ତେ ନା ରିଫଣ୍ଡ ପାଇଁ ଆବେଦନ କରିଥାନ୍ତେ। ମାତ୍ର ଏହି ଘୋଷଣା ପରେ ସାଧାରଣ ଜନତା ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ଲକ୍ଷ୍ୟ କରି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି ସରକାର।

ଏବେ ସାଧାରଣ ଲୋକ  ଇନକମ୍ ଟ୍ୟାକ୍ସ ବିଭାଗର ୱେବସାଇଟରେ ଆଧାର କାର୍ଡ ସହ ପାନକାର୍ଡକୁ ଲିଙ୍କ କରିପାରିବେ। ଯଦି ଆପଣଙ୍କ ଆଧାର କାର୍ଡ ଓ ପାନକାର୍ଡରେ ଉଲ୍ଲେଖ ଥିବା ନାଁର ବନାନ ମିଶୁ ନଥାଏ ତେବେ ମଧ୍ୟ ଲିଙ୍କ କରି ପାରିବେ।