ଏନଏସଏ ସ୍ତରୀୟ ବୈଠକରେ ଆତଙ୍କବାଦ ହେବ ମୁଖ୍ୟ ମୁଦ୍ଦା : ସୁଷମା

sushma-swarajନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକରେ ଆତଙ୍କବାଦୀ ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରଜ।ଏହା ପୂର୍ବରୁ ଆଜି ଇସଲାମାବାଦରେ ପାକିସ୍ତାନର ସୁରକ୍ଷା ପରାମର୍ଶଦାତା ସରତାଜ ଅଜିଜ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ତେବେ ଭାରତ ପାକିସ୍ତାନର ପ୍ରସ୍ତାବିତ ହୁରିୟତ ସହ କଥାବାର୍ତ୍ତାକୁ ପ୍ରସଙ୍ଗ କରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକକୁ ରଦ୍ଦ କରିବାକୁ ଭାରତ ଚାହୁଁଛି ବୋଲି ସରତାଜ ଅଜିଜ ଅଭିଯୋଗ କରିଥିଲେ। ତେବେ ଭାରତ ପାକିସ୍ତାନ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ହେଉଛି କାଶ୍ମୀର ବୋଲି ସରତାଜ କହିଥିଲେ।