ଏଣିକି ସୀମା ଜଗିବେ ଏନ୍‌ଏସଜି କମାଣ୍ଡୋ: କେମିତି କରନ୍ତି ଅପରେଶନ, ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ  କାଶ୍ମୀରରେ ଆତଙ୍କବାଦୀ ମାନଙ୍କର ମୁକାବିଲା ପାଇଁ ଦେଶର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ବାହିନୀ ଏନ୍‌ଏସଜିକୁ ମୁତୟନ କରାଯିବ।  ସେମାନେ ସୁରକ୍ଷାକର୍ମୀଙ୍କୁ ଏନ୍‌କାଉଣ୍ଟର ଓ ପଣବନ୍ଦୀ ପରିସ୍ଥିତି ସମୟରେ ସହଯୋଗ କରିବେ ।  ଏ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଚାର କରାଯାଉଛି।   ଏନ୍‌ଏସଜି କମାଣ୍ଡୋମାନେ ଆତଙ୍କବାଦୀ ବିରୋଧରେ ଆକ୍ରମଣ ପାଇଁ ସ୍ୱତନ୍ତ୍ର ତାଲିମ ପାଇଥାନ୍ତି । ତେଣୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ସେମାନେ ସେନା, ସିଆରପିଏଫ ଓ ରାଜ୍ୟ ପୋଲିସକୁ ଅପରେସନରେ ସହାୟତା କରିବେ।   ପୂର୍ବରୁ ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ ଏସ.ପି.ବୈଦ ଏନ୍‌ଏସଜି କମାଣ୍ଡୋମାନଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଅପରେସନବେଳେ ବ୍ୟବହାର କରାଯାଇପାରେ ବୋଲି ସୂଚନା ଦେଇଥିଲେ।

ଏବେ ନଜର ପକାଇବା ଏନ୍‌ଏସଜି କମାଣ୍ଡୋ କେମିତି ଆରମ୍ଭ କରନ୍ତି  ଅପରେସନ୍ ।  ଏନଏସଜି କମାଣ୍ଡେମାନେ ସାଧାରଣତଃ ୫ଜଣିଆ ଟିମରେ ରହି ଅପରେସନ ଆରମ୍ଭ କରନ୍ତି ।  ଏଥିରେ ବୋମା ନିଷ୍କ୍ରିୟକାରୀ ବିଶେଷଜ୍ଞ ସାମିଲ ଥାନ୍ତି ।  କମାଣ୍ଡୋମାନେ ଅତ୍ୟାଧୁନିକ ହେକଲର, କୋଚ୍ MP 5 ସବମେସିନ ଗନ୍ , ସ୍ନାଇପର ରାଇଫଲସ, ୱାଲ ରାଡାର, ସି-୪ ଏକ୍ସପ୍ଲୋସିଭ୍ ବ୍ୟବହାର କରିଥାନ୍ତି  । ବର୍ତ୍ତମାନ ଦେଶରେ ୭୫୦୦ ଏନ୍‌ଏସଜି କମାଣ୍ଡୋ କାର୍ଯ୍ୟ କରୁଛନ୍ତି ।

୨୬-୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଓ ୨୦୧୬ ପଠାନକୋଟ୍ ଆତଙ୍କବାଦୀ ଆକ୍ରମଣ ଓ ଗୁଜରାଟର ଅକ୍ଷରଧାମ ମନ୍ଦିର ଆକ୍ରମଣ ସମୟରେ ଏହି କମାଣ୍ଡୋ ମାନେ ସଫଳତାର ସହ ଅପରେସନ କରିଥିଲେ।   ୧୯୮୪ ଅପରେସନ ବ୍ଲୁଷ୍ଟାର  ସମୟରେ ଏନ୍‌ଏସଜି କମାଣ୍ଡୋ ଗ୍ରୁପ ଗଠନ ହୋଇଥିଲା  ସେତେବେଳେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଅନେକ ଦୁଃସାହସିକ ପଦକ୍ଷେପ ନେଇଥିଲେ।