ଗୁଗଲର ପିତୃ ଦିବସ ସେଲିବ୍ରେସନ୍: ବ୍ରାଉଜରଙ୍କ ପାଇଁ ଛାଡ଼ିଲା ସ୍ୱତନ୍ତ୍ର ଡୁଡଲ୍‌ ‘କାକ୍‌ଟସ୍‌ ଡାଡି’

ନୂଆଦିଲ୍ଲୀ: କିଛି ସ୍ୱତନ୍ତ୍ର ଦିନ ଗୁଡ଼ିକରେ ଗୁଗଲ୍‌ ଡୁଡଲ୍ ତିଆରି କରି ସେଲିବ୍ରେଟ୍‌ କରିଥାଏ। ଆଜି ପିତୃ ଦିବସରେ ଗୁଗଲ୍‌ ଏକ ଚମତ୍କାର ଡୁଡଲ୍‌ ତିଆରି କରିଛି। ଏଥିରେ ୬ଟି କାର୍ଟୁନ୍‌ ଥିବା କାକ୍‌ଟସ୍‌ର ବ୍ୟବହାର କରାଯାଇଛି। ଯାହା ପିତୃ ଦିବସ ଅବସରରେ କିଛି ଭଲ ବାର୍ତ୍ତା ପ୍ରଦାନ କରୁଛି। ଜଣେ ପିତା ତା ପିଲାଙ୍କୁ ଛୋଟ ଛୋଟ କଥା ଶୁଣାଇ କିପରି ବଡ଼ କରିଥାଏ ଡୁଡଲରେ ଉଲ୍ଲେଖ କରାଯାଇଛି। ଏହି ଡୁଡଲ୍‌କୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି।

ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଇଥାଏ। ୧୯୨୪ ମସିହା ୱାଶିଂଟନ୍‌ରେ ପ୍ରଥମେ ପିତୃ ଦିବସ ଆରମ୍ଭ ହୋଇଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି  କଳାୱିନ୍‌ କୋଲେଡଜ୍ ଜୁନ୍‌ର ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ସେହି ଦିନଠାରୁ ପ୍ରତିବର୍ଷ ଏହି ଦିନକୁ ପିତାଙ୍କ ପାଇଁ ସମର୍ପିତ କରାଯାଉଛି। ସମୟର ପରିବର୍ତ୍ତନ ସହ ଭାରତରେ ପିତୃ ଦିବସ ପାଳନ କରିବାର କ୍ରେଜ୍‌ ବୃଦ୍ଧି ପାଇଛି।