ହ୍ୱାଇଟ୍ ହାଉସ୍ ପରେ ଭଡ଼ାଘରେ ରହୁଥିଲେ ଓବାମା: ଏବେ କେଉଁଠି କିଣିଲେ ନୂଆ ଫ୍ଲାଟ୍‌

ଆଉ ଭଡ଼ା ଘରେ ମନ ଲାଗୁନାହିଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର। ଜାନୁଆରୀ ମାସରେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ବଦିଳିଛି ବାରାକ୍ ଓବାମାଙ୍କ ଠିକଣା। ହ୍ୱାଇଟ୍ ହାଉସ୍ ଛାଡିବା ପରେ ୱାଶିଂଟନ୍ ଡି.ସିର କାଲେରାମା ଠାରେ ଏକ ଭଡ଼ା ଘରେ ରହୁଛନ୍ତି ଓବାମା ଦମ୍ପତି। ସାନଝିଅ ସାସାର ହାଇସ୍କୁଲ ପଢା ଶେଷ ହେବା ଯାଏଁ ୱାଶିଂଟନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଓବାମା। ଆଉ ୨ ବର୍ଷ ୬ ମାସ ୱାଶିଂଟନରେ ରହିବାକୁ ସ୍ଥିର କରିଥିବା ଓବାମା ଭଡ଼ା ଘରେ ରହିବା ବଦଳରେ କିଣିଛନ୍ତି ନୂଆ ଘର। ୮ଟି ବେଡ୍‌ରୁମ୍‌ ବିଶିଷ୍ଟ ଓବାମାଙ୍କ ଏହି ନୂଆ ଘରର ମୂଲ୍ୟ ପାଖାପାଖି ୮୧ ଲକ୍ଷ ଟଙ୍କ।। ୮ହଜାର ୨୦୦ ସ୍କୋୟାରଫୁଟ୍ ପରିମିତ ଅଞ୍ଚଳରେ ତିଆରି ହୋଇଥିବା ଏହି ବଙ୍ଗଳାଟି ୧୯୨୧ରେ ନିର୍ମିତ ହୋଇଥିଲା ଏବଂ ଏହାର ପୁନଃ ମରାମତି ୨୦୧୧ରେ ହୋଇଥିଲା।

ନୂଆ ଘର ସାଙ୍ଗକୁ ଓବାମାଙ୍କୁ ମଧ୍ୟ ନୂଆ ପଡେ଼ାଶୀ ମଧ୍ୟ ମିଳି ଯାଇଛନ୍ତି। ଓବାମା କିଣିଥିବା ଏହି ନୂଆ ଘର ପାଖରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ଇଭାଙ୍କ। ନିଜ ସ୍ୱାମୀଙ୍କ ସହ ରହୁଛନ୍ତି। ଭିଆଇପି ଅଞ୍ଚଳ ଭାବେ ଜଣାଶୁଣା ଏହି ସ୍ଥାନରେ ଆମାଜନର ଫ।ଉଣ୍ଡର ଜେଫ୍ ବେଜୋସ୍ ମଧ୍ୟ ରହୁଛନ୍ତି।