ଓବାମାଙ୍କ ଚିଠିକୁ ସାର୍ବଜନୀନ କରାଯିବନି: ଟ୍ରମ୍ପ

ୱାସିଂଟନ୍‌: ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଓଭାଲ କାର୍ଯ୍ୟାଳୟରେ ଚିଠି ଛାଡ଼ି ଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା। ଏହି ଚିଠିରେ ଲେଖା ହୋଇଥିବା କଥା ସମ୍ପର୍କରେ ଟ୍ରମ୍ପ ମିଡିଆକୁ କୌଣସି ସୂଚନା ଦେବେ ନାହିଁ ବୋଲି ସେ କହିଛନ୍ତି।

ଟ୍ରମ୍ପ କହିଛନ୍ତି,’“ମୁଁ ଓଭାଲ କାର୍ଯ୍ୟାଳୟ ପହଞ୍ଚି ଦେଖିଲି ଓବାମା ମୋ ପାଇଁ ଖୁବ୍‌ ସୁନ୍ଦର ଚିଠି ଛାଡ଼ି ଯାଇଛନ୍ତି। ମୁଁ ଏହାକୁ ଦାୟିତ୍ୱର ସହ ରଖିବି। ଏହା ସଂପର୍କରେ ମିଡିଆ ସହ କୌଣସି ଆଲୋଚନା କରିବି ନାହିଁ।”

ଖବର ମୁତାବକ ଆମେରିକାର ନିୟମ ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତିଙ୍କ ପାଇଁ ଚିଠି ଛାଡ଼ି ଯିବାର ପରମ୍ପରା ରହିଛି। ଏହା ପୂର୍ବରୁ ଜର୍ଜ ବୁସ୍‌ ଓବାମାଙ୍କ ପାଇଁ ଏବଂ ବିଲ୍‌ କ୍ଲିଣ୍ଟନ୍‌ ବୁସ୍‌ଙ୍କ ପାଇଁ ଚିଠି ଛାଡ଼ି ଯାଇଥିଲେ। ଯାହାକୁ ସାର୍ବଜନିନ କରାଯାଇଥିଲା।