ଭଡ଼ା ଘରେ ରହିବେ ଓବାମା

ୱାସିଂଟନ୍‌: ଆମରିକାର ସର୍ବୋଚ୍ଚ ପଦରେ ରହି ବାରାକ୍‌ ଓବାମା ଏୟାର ଫୋର୍ସର ବିମାନରେ ଶେଷଯାତ୍ରା ଚିକାଗୋକୁ କରିବାକୁ ଯାଉଛନ୍ତି। ସଠାରେ ସେ ରାଷ୍ଟ୍ରପତି ପଦରେ ନିଜର ସଫଳ କାର୍ଯ୍ୟକ୍ରମ ସମାପନ ସଂପର୍କରେ ଭାଷଣ ଦେବେ। ଏହି ଖବର ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି।

ଆମେରିକାର ୪୪ତମ ରାଷ୍ଟପତି ଭାବେ ସହର ଠାରୁ ଦୂରକୁ ଏହା ତାଙ୍କର ଶେଷଯାତ୍ରା ହେବାକୁ ଯାଉଛି କାରଣ ଆସନ୍ତା ୨୦ ତାରିଖରେ ସେ ଏହି ରାଷ୍ଟ୍ରପତି ପଦକୁ ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ତାନ୍ତର କରିବେ। ଓବାମା ତାଙ୍କ ସାନ ଝିଅର ପାଠ ପଢ଼ା ପାଇଁ ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ୱାସିଂଟନ୍‌ ଡିସିରେ ଭଡ଼ା ଘରେ ରହିବେ।

ଆମେରିକାରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ସରକାରୀ ବାସଭବନ ମିଳି ନଥିବା ବେଳେ ସିକ୍ରେଟ୍‌ ସର୍ଭିସ୍‌ ସୁରକ୍ଷା ମିଳିଥାଏ।।