ଫେସ୍‌ବୁକ୍‌ରେ ଯୋଗୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ୍‌; ମହିଳାଙ୍କ ନାଁରେ ମାମଲା

ବେଙ୍ଗଲୁରୁ: ଉତ୍ତର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଆପତ୍ତିଜନକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିବା ଅଭିଯୋଗରେ ବେଙ୍ଗଲୁରୁ ପୋଲିସ୍ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ନାଁ ପ୍ରଭା ଏ ବେଲବଙ୍ଗାଲା। ଏହି ପୋଷ୍ଟରେ ଯୋଗୀଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ ହୋଇଛି।

ବେଙ୍ଗଲୁରୁର ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ନିକଟରେ ଉତ୍ତର ପ୍ରଦେଶ ପୋଲିସ୍ ଗାଜିପୁରରୁ ଅବ୍ଦୁଲ ରଜ୍ଜାକ ନାମକ ଜଣେ ଛାତ୍ରଙ୍କୁ ଗିରଫ କରିଥିଲା। ସେ ଯୋଗୀଙ୍କ ଆପତ୍ତିଜନକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଥିଲେ।