ଅକ୍ଟୋବର ୨୮ରେ ମୁକ୍ତ ହେବେ ଶ୍ରୀଲଙ୍କାରେ ବନ୍ଦିଥିବା ୮୬ ମତ୍ସ୍ୟଜୀବୀ

ଚେନ୍ନାଇ: ଅକ୍ଟୋବର ୨୮ରେ ଶ୍ରୀଲଙ୍କାରେ ବନ୍ଦି ଜୀବନ ବିତାଉଥିବା ୮୬ଜଣ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ ହେବେ। ଆଜି ଏହି ସୂଚନା ଦେଇଛନ୍ତି ତାମିଲନାଡୁ ସରକାର। ଦୁଇମାସ ତଳେ ୮୬ଜଣ ମତ୍ସ୍ୟଜୀବୀଙ୍କୁ ଜଳ ସୀମା ଓଲ୍ଲଂଘନ କରିଥିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ଗିରଫ କରିଥିଲା।

ସେହିପରି ଭାରତୀୟ ଜଳସୀମା ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ୨ଜଣ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ଘୋଷଣା କରିଛି। ଏ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ କେନ୍ଦ୍ରଗୃହ ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି।

ଶ୍ରୀଲଙ୍କାରେ ବନ୍ଦିଥିବା ମତ୍ସ୍ୟଜୀବୀମାନେ ତାମିଲନାଡୁର ନାଗାପାଟ୍ଟନମ୍, ପୋଡୁକୋଟ୍ଟାଇ, ଟୁଟିକୋରୀନ୍, ରାମନାଥପୁରମ୍ ଜିଲ୍ଲାର ବୋଲି ଜଣାପଡିଛି। ଏହି ମତ୍ସ୍ୟଜୀବୀ ମାନେ ଗତ ସେପ୍ଟେମ୍ବର ୨୨ ଓ ଅକ୍ଟୋବର ୧୪ରେ ଶ୍ରୀଲଙ୍କା ନୌସେନା ଗିରଫ କରିଥିଲା।