ନୂଆଦିଲ୍ଲୀ: ଆଜିଠୁ ପୁଣି ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ନିୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜିଠାରୁ ପୁଣି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରାଯାଇଛି। ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ଗାଡ଼ି ଚାଲିବ। ଯୁଗ୍ମ-ଅଯୁଗ୍ମ ନିୟମର ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ୍ ବସ୍‌କୁ ବାଦ୍ ଦିଆଯାଇଛି।

ଯୁଗ୍ମ-ଅଯୁଗ୍ମ ନିମୟ ଉଲ୍ଲଂଘନକାରୀଙ୍କ ବିରୋଧରେ ଚାଲାଣ କଟାଯାଇ ଅର୍ଥ ଆଦାୟ କରାଯାଉଛି। ଚାଲାଣ କଟାଯାଇଥିବା ଏକ କାର୍ ଚାଳକ ଏପରି ନିୟମ ବିଷୟରେ ପୂର୍ବରୁ ଜାଣି ନ ଥିବା କହିଛନ୍ତି।

ଅନ୍ୟପକ୍ଷରେ ଆଜି ରାମନବମୀ ଅବସରରେ ସରକାରୀ ଛୁଟି ଘୋଷଣା କରିବାକୁ ସରକାରଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପତ୍ର ଲେଖାଯାଇଥିଲା। ଏହି କାରଣରୁ ବାହାରିବାକୁ ଥିବା ରାମନବମୀ ଶୋଭାଯାତ୍ରାରେ ଭିଏଚ୍‌ପି ସହ ମୁହାଁମୁହିଁ ହେବାର ଆଶଙ୍କା କରାଯାଉଛି।