ମନ୍ଦିରରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ମଥୁରା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ମଥୁରାର ପ୍ରସିଦ୍ଧ ରାଧାରାଣୀ ମନ୍ଦିରରେ ଜଣେ ଓଡିଆ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମନ୍ଦିରରେ ଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ମହିଳା ଙ୍କୁ ଜଣେ ବ୍ୟକ୍ତି ବଳପୂର୍ବକ ଉଠେଇ ନେଇଯିବାର ଦୃଶ୍ୟ କଏଦ ହୋଇଛି।

ଗତ ସୋମବାର ମହିଳା ଜଣକ ମନ୍ଦିରରେ ରହିଥିଲେ। ରାତିରେ ମନ୍ଦିରର ରୋଷେୟା ଓ ଚୌକିଦାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଥନାରେ  ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।