ଓଡ଼ିଶାରେ କଂଗ୍ରେସ ସାଫ୍‌, ବିଜେଡି ହାଫ୍‌: ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: କଂଗ୍ରେସ ସାଫ୍‌, ବିଜେଡି ହାଫ୍‌। ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ଏପରି ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ। ଆଜି ସେ କରିଥିବା ଟ୍ୱିଟ୍‌ରେ ବିଜେପି ଏବେ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଦଳ ବୋଲି ଦର୍ଶାଇଛନ୍ତି। ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସବୁଠାରୁ ଅଧିକ ଲାଭ ମିଳିଥିବା ସେ ଉଲ୍ଲେଖ କରିଛନ୍ତି।

ଓଡ଼ିଶାରେ ବିଜେପିର ଭଲ ପ୍ରଦର୍ଶନ ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇ ସାରିଛନ୍ତି।