ଓଡ଼ିଶା ସୀମାରେ ମାଓମେଳି: ଗ୍ରୀନହଣ୍ଟ ବିରୋଧରେ ଗର୍ଜିଲେ କମ୍ରେଡ୍

ରାୟପୁର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବଡ଼ ଧରଣର ମାଓ ମେଳି ହୋଇଛି। ଛତିଶଗଡ଼ ତେଲେଙ୍ଗାନା ସୀମାନ୍ତ ପୁଜାରୀ କାଙ୍କେର ନିକଟ କୋଟାପଲ୍ଲୀ ଜଙ୍ଗଲରେ ହୋଇଥିବା ଏହି ମେଳିରେ ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାର ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ଓ ଟପ୍‌ ମାଓ ନେତା ସାମିଲ ହୋଇଥିବା ସୂଚନା ମିଳିଛି। ଏହି ମେଳିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ବି ସାମିଲ ହୋଇଥିଲେ। ମାଓ ସଂଗଠନକୁ ସୁଦୃଢ଼ କରିବା ଲାଗି ଛତିଶଗଡ଼ରେ ଏହି ମେଳି ହୋଇଥିବା କୁହାଯାଉଛି। ଏଥିରେ ଅପରସେନ୍‌ ଗ୍ରୀନ୍‌ ହଣ୍ଟକୁ ବିରୋଧ କରିବା ଲାଗି ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଛି।