ପୁରୁଣା ଅଚଳ ନୋଟ୍‌କୁ ଆରବିଆଇରେ ଗୋଟେ ସମୟରେ ବଦଳାଇ ପାରିବେ: ଅରୁଣ ଜେଟଲୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିମୁଦ୍ରାକରଣ ସହ ଜଡିତ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ ଆଲୋଚନା କରିଛନ୍ତି। ସେ ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି,“ଆରବିଆଇ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରହିଛି। ବ୍ୟାଙ୍କକୁ ବାରମ୍ବାର ନ ଯାଇ ପାଖରେ ଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଏକା ଥରକେ ନେଇ ବଦଳ କରନ୍ତୁ। ବାରମ୍ବାର ଟଙ୍କା ବଦଳାଇବାକୁ ଆସୁଥିବା ବ୍ୟକ୍ତିଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି।”

ସେ କହିଛନ୍ତି,“ବ୍ୟାଙ୍କ ଅଧିକାରୀ କୌଣସି ପ୍ରକାର ଭୁଲ କଲେ ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ ପେମେଣ୍ଟରେ କରାଯାଉଥିବା କାରବାରରେ ୬ ପ୍ରତିଶତ ଟ୍ୟାକ୍ସ ଏବଂ ଅନ୍‌ଲାଇନ୍‌ କାରବାରରେ ୨ ପ୍ରତିଶତ ରିହାତି ଦିଆଯିବା।”

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More