କେଦାରନାଥରେ ନମୋଙ୍କ ଓଁ ନମଃ ଶିବାୟ

ନୂଆଦିଲ୍ଲୀ:  ଉତ୍ତରାଖଣ୍ଡର କୋଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୬ମାସ ପରେ ଅାଜି କେଦାରନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି। ସେଠାରେ ସେ ରୁଦ୍ରାଭିଷେକ କରିଛନ୍ତି। ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ସର୍ବଶ୍ରେଷ୍ଠ ବୋଲି ବିଶ୍ୱାସ ରହିଛି। ମୋଦି ଅାଜି ସକାଳେ ରାଜଧାନୀ ଡେରାଡୁନରେ ପହଞ୍ଚିବା ପରେ କେଦାରନାଥ ଗସ୍ତ କରିଥିଲେ। ସେଠାରେ ମନ୍ଦିର ପୂଜକମାନେ ମୋଦିଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିରୂପ ଉପହାର ଦେଇଛନ୍ତି। ମୋଦି ହରିଦ୍ୱାରରେ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ।