ପୁଣି ମୁଣ୍ଡ ନେଲେ ଆତଙ୍କବାଦୀ, ୨ ଆହତ

ଶ୍ରୀନଗର: ଜମ୍ମୁର କେରନ୍ ସେରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଲ୍ଓସି ନିକଟରେ ଭାରତୀୟ ସେନା କ୍ୟାମ୍ପ ନିକଟରେ ଆତଙ୍କବାଦୀ ଆକ୍ରମଣ ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି।  ୨ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ହୋଇଛି। ତେବେ ଆକ୍ରମଣ ପଛରେ କେତେ ଜଣ ଆତଙ୍କବାଦୀ ରହିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କେନ୍ଦ୍ରଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ୱେ ଆତଙ୍କବାଦୀ ଭାରତୀୟ କ୍ୟାମ୍ପକୁ ଆକ୍ରମଣ କରିଛନ୍ତି। ଯାହା ସୁରକ୍ଷାବାହିନୀଙ୍କ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ।