ଗୋଟିଏ ରାତିର ଶାରୀରିକ ସଂପର୍କ ନୁହେଁ ବିବାହ…ସନ୍ତାନକୁ ମିଳିପାରିବନି ବାପାର ସଂପତ୍ତି; ପଢ଼ନ୍ତୁ କୋର୍ଟ ଆଉ କ’ଣ କହିଲେ

ମୁମ୍ବାଇ: ୱାନ୍‌ ନାଇଟ୍‌ ଷ୍ଟାଣ୍ଡ ବା କୌଣସି ପୁରୁଷ ଓ ମହିଳାଙ୍କ ମଧ୍ୟରେ ଗୋଟିଏ ରାତିର ଶାରୀରିକ ସଂପର୍କକୁ ହିନ୍ଦୁ ଆଇନ ଅନୁସାରେ ବିବାହର ପରିଭାଷା ନୁହେଁ। ବମ୍ବେ ହାଇକୋର୍ଟ ନିକଟରେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ ଯଦି କୌଣସି ପୁରୁଷ ଓ ମହିଳା ବିବାହ କରି ନ ଥିବେ ତା’ହେଲେ ଗୋଟିଏ ରାତିର ଶାରୀରିକ ସଂପର୍କରୁ ଜନ୍ମିତ ଶିଶୁ ତା’ ବାପାର ସଂପତ୍ତିରୁ ଭାଗ ପାଇପାରିବ ନାହିଁ। ବାପା ସଂପତ୍ତିରେ ତା’ର କୌଣସି ଅଧିକାର ରହିବ ନାହିଁ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏଇ ଖବର ଅନୁଯାୟୀ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମୃଦୁଲା ଭଟକର କହିଥିଲେ,“କୌଣସି ସଂପର୍କକୁ ବିବାହର ମାନ୍ୟତା ଦେବା ପାଇଁ ପାରଂପରିକ ଅବା ଆଇନଗତ ଔପଚାରିକତା ପୂରଣ କରାଯିବା ଜରୁରୀ। କାହାରି ଇଚ୍ଛା, ସଂଯୋଗ ଅବା ଅଚାନକ ଗଢ଼ି ଉଠିଥିବା ଶାରୀରିକ ସଂପର୍କକୁ ବିବାହ କୁହାଯାଇପାରିବ ନାହିଁ।”

ସେ ଆହୁରି କହିଥିଲେ ଯେ ଲିଭ୍ ଇନ୍ ରିଲେସନ୍‌ ଓ ଏଥିରୁ ଜନ୍ମିତ ଛୁଆ ଆଇନଜ୍ଞମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି।

ରିପୋର୍ଟ- ଆଜ୍‌ତକ୍‌