କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ

କାଶ୍ମୀର: ଉତ୍ତର କାଶ୍ମୀର ବନ୍ଦିପୁରାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ଆତଙ୍କବାଦୀର ଶବକୁ ଉଦ୍ଧାର କରିଥିଲେ। ଶବକୁ ସେନାକୁ ନଦେଇ ନିଜେ ହିଁ କବର ଦେଇଦେଇଥିଲେ।

ସୂଚନା ଅନୁସାରେ ସୋମବାର ବନ୍ଦିପୁରା ଅଂଚଳରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ଏଥିରେ ଜଣେ ଆତଙ୍କବାଦୀ ଆହତ ହୋଇଥିଲା। ସେନା ପକ୍ଷରୁ ଆତଙ୍କବାଦୀକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ହେଲେ ଆତଙ୍କବାଦୀ ଖସି ପଳାଇଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଆତଙ୍କବାଦୀ ମରି ପଡ଼ିଥିବା ଦେଖିଥିଲେ। ମୃତ ଆତଙ୍କବାଦୀ ଲସ୍କର-ଏ-ତୋୟେବା ସଂଗଠନ ବୋଲି ସେନା ସୂଚନା ଦେଇଛି।