ଖୋଲା ଶୌଚରୁ ମୁକ୍ତ ହେବ ଗଙ୍ଗା

ନୂଆଦିଲ୍ଲୀ: ଖୁବ ଶୀଘ୍ର ପବିତ୍ର ଗଙ୍ଗାନଦୀ କୂଳ ଖୋଲା ଶୌଚ ମୁକ୍ତ ହେବ। ୱେଷ୍ଟ ମ୍ୟାନେଜମେଣ୍ଟ ଜରିଆରେ ଗଙ୍ଗାକୁ ବିଶୁଦ୍ଧ ରଖାଯିବ।   ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଦେଇ ଗଙ୍ଗାନଦୀ ପ୍ରବାହିତ ହେଉଛି। ଅନେକ ଲୋକ ଏହି ନଦୀ କୂଳରେ ଖୋଲା ଶୌଚ କରୁଛନ୍ତି। ଯାହା ଫଳରେ ପତିତପାବନୀ ଗଙ୍ଗା ପ୍ରଦୂଷଣ ହେଉଛି। ଏହାକୁ ଖୁବଶୀଘ୍ର ବନ୍ଦ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସ୍ୱଚ୍ଛତା ଦିଗରେ ବିହାରର ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସତ୍ୟାଗ୍ରହରୁ ସ୍ୱଚ୍ଛଗ୍ରହ ପ୍ରତି ବିହାର ଅବଦାନକୁ ଭୁରି ଭୁରି ପ୍ରଶଂସା କରିବା ସହିତ ବିହାର ସ୍ୱଚ୍ଛତାର ନୂଆ ରାସ୍ତା ଦେଖାଇଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ସ୍ୱଚ୍ଛଗ୍ରହୀ ଯୋଗ ଦେଇଥିଲେ। ଏହା ପରେ ମୋଦି ହାଇସ୍ପିଡ୍ ଇଲେକଟ୍ରିକ ଲୋକୋମୋଟିଭ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଫ୍ରାନ୍ସ ଦ୍ୱାରା ନିର୍ମିତ ଏହି ଇଞ୍ଜିନ ଦ୍ୱାରା ଟ୍ରେନ ଘଣ୍ଟା ପ୍ରତି ସର୍ବାଧିକ ୧୨୦ କିଲୋମିଟର ବେଗରେ ଗତି କରିବ। ଏହା ସହିତ ଆଜି ବିହାରରେ ଆହୁରି କେତେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦି।