ଅପରେସନ୍‌ କ୍ଲିନ୍‌ ମନି ୱେବ୍‌ସାଇଟ୍‌ ଲଞ୍ଚ୍‌: କେହି ଲୁଚାଇ ପାରିବେନି କଳାଧନ

ନୂଆଦିଲ୍ଲୀ: କଳାଧନକୁ ଦେଶରୁ ସମ୍ପୁର୍ଣ୍ଣ  ନିପାତ କରିବା ପାଇଁ ସରକାର ନୂଆ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି।  ଏହି ପରିପ୍ରେକ୍ଷୀରେ ସରକାର ଏକ ନୂଆ ୱେବସାଇଟ୍ ଆରମ୍ଭ କରିଛନ୍ତି। ଯାହାର ନାଁ ଅପରେସନ କ୍ଲିନ୍‌ ମନି ରଖାଯାଇଛି। ଏହି ୱେବସାଇଟରେ ଆୟକର ବିଭାଗର ଚଢାଉ ବେଳେ ଧରାପଡିଥିବା କଳାଧନ ଏବଂ ଏହାକୁ ରଖିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପୂର୍ଣ୍ଣ ସୂଚନା ଉପଲବ୍ଧ ହେବ। ଏହି ୱେବସାଇଟକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି।