ପ୍ଲସ୍‌ ଟୁରେ ଫାଷ୍ଟକ୍ଲାସ୍‌ ପାଇଛନ୍ତି କି: ଭାରତୀୟ ସେନାରେ କରି ପାରିବେ ଆବେଦନ

ଭାରତୀୟ ସେନାରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସେନାରେ ଖାଲି ଥିବା ପଦରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ବିଜ୍ଞାପନ ଦେଇଛି ଭାରତୀୟ ସେନା। ପ୍ରାୟ ୯୦ଟି ଟେକ୍‌ନିକାଲ ପଦ ପାଇଁ ବିଜ୍ଞାପନ ଜାରି କରିଛି ଭାରତୀୟ ସେନା। ଏଥିପାଇଁ ଆଶାୟୀ ପ୍ରାର୍ଥୀ ସରକାରୀ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀରେ ରସାୟନ ବିଜ୍ଞାନ କିମ୍ବା ଗଣିତ ବିଷୟରେ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ। ଏସ୍‌ଏସ୍‌ବି ଓ ମେଡିକାଲ ଟେଷ୍ଟକୁ ଭିତ୍ତି କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଖାଲି ଥିବା ପଦ ପାଇଁ ଚୟନ କରାଯିବ। ୨୧ହଜାର ଟଙ୍କା ମାସିକ ଦରମା ଥି‍ବା ଏହି ପଦ ପାଇଁ ଦରଖାସ୍ତ ଗ୍ରହଣ କରିବାର ଶେଷ ତାରିଖ ରହିଛି ୧୪ ଜୁନ୍‌ ୨୦୧୭। ଦରଖାସ୍ତ ଆବେଦନ କରିବାକୁ ଭାରତୀୟ ସେନାର ଅଫିସିଆଲ ୱେବସାଇଟ୍‌ www.joinindianarmy.nic.in କୁ ଯାଇ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

courtesy-Aaj tak