ଲାଡେନ୍‌ ହତ୍ୟାର ପ୍ରତିଶୋଧ ନେବ ପୁଅ: ଚିଠି ପଢିଦେଲେ ଗୁଇନ୍ଦା ଅଧିକାରୀ  

ୱାସିଂଟନ୍‌: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ଅଲ୍‌କଇଦା ସଂଗଠନର ପ୍ରତିଷ୍ଠାତା ଓସାମା ବିନ୍‌ ଲାଡେନ। ନା’ ଶୁଣିଲେ ଥରି ଉଠୁଥିଲା ସାରା ବିଶ୍ୱ। ପ୍ଲେନ୍‌ କ୍ରାସ କରି ୱାଲ୍‌ଡ୍‌ ଟ୍ରେଡ୍‌ ସେଣ୍ଟର (ବିଶ୍ୱ ବାଣିଜ୍ୟ ସଙ୍ଗଠନ)କୁ ଉଡ଼ାଇଦେବାରେ  ମାଷ୍ଟରମାଇଣ୍ଡ ଥିବା ଏହି ଲାଡେନକୁ ଆମେରିକା ୨୦୧୧ ମେ’ ୨ରେ ହତ୍ୟା କରିଥିଲା। ଲାଡେନ୍‌ ମରିବାର ଇତିମଧ୍ୟରେ ୬ ବର୍ଷ ବିତିଗଲାଣି। ହେଲେ ସେ ମରିବା ଠାରୁ ପ୍ରତିଶୋଧ ନିଆଁରେ ଜଳି ଆସୁଛି ତା’ର ପୁଅ ହମ୍‌ଜା ଲାଡେନ୍‌। ବଦ୍‌ଲା ନେବାକୁ ସେ ସୁଯୋଗ ଅପେକ୍ଷାରେ ଅଛି।  ଏଥିପାଇଁ ସେ ନିଜକୁ ପ୍ରସ୍ତୁତି କରୁଛି । ଏପରିକି ଲାଡେନ ଠାରୁ ସେ ନିଜକୁ  ଆହୁରି ଶକ୍ତିଶାଳୀ ଭାବେ ପ୍ରସ୍ତୁତି କରୁଛି ବୋଲି ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ (ଏଫବିଆଇ) ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀ କହିଛନ୍ତି।

ଲାଡେନଙ୍କ  ମୃତ୍ୟୁର ୬ବର୍ଷ  ପରେ ସମ୍ପୃକ୍ତ ଗୁଇନ୍ଦା ଅଧିକାରୀ ଅଲ୍ଲି ସୌଫାନ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇ ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି। ସୂଚନା ଅନୁଯାୟୀ ୯/୧୧ ଆକ୍ରମଣର ଗୁଇନ୍ଦା ଅଧିକାରୀ  ଅଲ୍ଲି ସୌଫାନ ମୁଖ୍ୟ ତଦନ୍ତ ଦାୟିତ୍ୱରେ ଥିଲେ। ତେବେ  ୨୦୧୧ରେ ପାକିସ୍ତାନରେ ଯେଉଁ ସ୍ଥାନରେ ଲାଡେନକୁ ଏନ୍‌କାଉଣ୍ଟର କରାଯାଇଥିଲା ସେଇଠାରୁ ହିଁ ଏକ ଚିଠି ଉଦ୍ଧାର କରାଯାଇଥିଲା।  ସେହି ଚିଠିରେ ଉପରୋକ୍ତ ତଥ୍ୟ ବିଷୟରେ ଉଲ୍ଲେଖ ଅଛି।

ସେତେବେଳେ ଏହି ଚିଠି ବାବଦରେ ଆମେରିକାର ନୌସେନା ଓ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଅବଗତ ଥିଲେ।  ଏବେ ଏହି ଚିଠିକୁ ନେଇ ସମ୍ପୃକ୍ତ ଗୋଇନ୍ଦା ଅଧିକାରୀ ମୁହଁ ଖୋଲିଛନ୍ତି । ଏବେ ହମ୍‌ଜାକୁ ୨୫ ବର୍ଷ ହୋଇଥିବା ବେଳେ ୨୨ ବର୍ଷ ବୟସରେ ସେ ଏହି ଚିଠିଲେଖିଥିଲା।  ଏଠାରେ ସୂଚନାଯୋଗ୍ୟ ଯେ, ଆତଙ୍କବାଦ ପାଇଁ ହମ୍‌ଜାକୁ ଆମେରିକା ମୋଷ୍ଟ ୱାଣ୍ଟେଡ ତାଲିକାରେ ରଖିଛି।