ମଣ୍ଡଳ ପୂଜା ପାଇଁ ସାବରୀମାଲାରେ ୧୦ ହଜାର ପୁଲିସ୍‌

ଥିରୁଭନନ୍ତପୁରମ୍‌: ସାବାରୀମାଲାରେ ପାର୍ବଣ ଋତୁ ଅବସରରେ ୧୦,୦୧୭ ପୁଲିସ୍‌ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି କେରଳ ପୁଲିସ୍‌। ୫ଟି ଫେଜ୍‌ରେ ନଭେମ୍ବର ୧୫ରୁ ଏହି ପୁଲିସ୍‌ମାନେ ନିୟୋଜିତ ହେବେ।

କେରଳ ଅତିରିକ୍ତ ଡିଜିପି ଶୈକ୍‌ ଦର୍ବେଶ ସାହେବ ସାବରୀମାଲା ଆଖପାଖରେ ଆଇନ ଶୃଙ୍ଖଳା ପାଇଁ ସଂଯୋଜକ ଦାୟିତ୍ୱ ନେବେ। ମଣ୍ଡଳ ପୂଜା ଉତ୍ସବ ପାଇଁ ନଭେମ୍ବର ୧୬ରେ ମନ୍ଦିର ଖୋଲିବାର ଅଛି।

ନିୟୋଜିତ ହେବାକୁ ଥିବା ପୁଲିସ୍‌ମାନଙ୍କ ମଧ୍ୟରୁ ୨୪ ଜଣ ଏସ୍‌ପି ଏବଂ ଏଏସ୍‌ପି ପାହ୍ୟାର ରହିବେ। ୧୧୨ ଜଣ ଡିୱାଇଏସ୍‌ପି ରହିବେ, ୨୬୪ ଜଣ ସର୍କଲ ଇନ୍ସପେକ୍ଟର ରହିବେ ଏବଂ ୧,୧୮୫ ସବ୍‌ ଇନ୍ସପେକ୍ଟର ବା ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ରହିବେ। ଏମାନେ ୮,୪୦୨ ସିଭିଲ୍‌ ପୁଲିସ୍‌ ଅଧିକାରୀଙ୍କ ପରିଚାଳନା କରିବେ। ଏମାନଙ୍କ ମଧ୍ୟରେ ୩୦୭ ମହିଳା ଅଧିକାରୀ ମଧ୍ୟ ରହିବେ। ଅତିରିକ୍ତ ଭାବେ ୩୦ ଜଣ ସିଆଇ ଏବଂ ଏସ୍‌ଆଇ ରାଙ୍କର ମହିଳା ପୁଲିସ୍‌ ଅଧିକାରୀ ଏହି ଅବସରରେ ରହିବେ।