ସରଭଣା ଭବନ ପ୍ରତିଷ୍ଠାତା ରାଜଗୋପାଲଙ୍କ ପରଲୋକ

ଚେନ୍ନାଇ: ଭାରତରେ ଚେନ୍‌ ରେଷ୍ଟୁରାଣ୍ଟ ‘ସରଭଣା ଭବନ’ର ପ୍ରତିଷ୍ଠାତା ପି ରାଜଗୋପାଲ ଆଉ ନାହାନ୍ତି। ଆଜି ସକାଳେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ରାଜଗୋପାଲଙ୍କୁ ୨୦୦୧ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ଆଜୀବନ ଜେଲଦଣ୍ଡ ମିଳିଥିଲା।

ଜୁଲାଇ ୯ରେ ସେ ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ସେବେଠାରୁ ରାଜଗୋପାଲ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଷ୍ଟାନଲେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଶନିବାର ଦିନ ତାଙ୍କର ହୃଦଘାତ ହେବାରୁ ଡାକ୍ତରମାନେ ସେବେଠାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖିଥିଲେ। ତାଙ୍କୁ ଗତକାଲି ବିଜୟା ହେଲଥ ସେଣ୍ଟରକୁ ନିଆଯାଇଥିଲା। ଆଜି ସକାଳ ୧୦.୪୦ରେ ତାଙ୍କର ମୃତ୍ୟୁ ହୋଇଛି।

୨୦୦୧ରେ ରାଜଗୋପାଲ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ଝିଅଙ୍କ ସ୍ୱାମୀକୁ ହତ୍ୟା କରିଥିଲେ।
ସେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ପୁଲିସ୍‌ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ରାଜଗୋପାଲ ଜୁଲାଇ ୭ରେ ଆତ୍ମସମର୍ପଣ କରିଥିଲେ।