ପଦ୍ମ ପୁରସ୍କାର ଘୋଷଣା: ରଜନୀକାନ୍ତଙ୍କୁ ପଦ୍ମବିଭୂଷଣ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସୋମବାର ୨୦୧୬ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ପ୍ରଖ୍ୟାତ ତାମିଲ ଅଭିନେତା ରଜନୀକାନ୍ତଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ଜମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ, ମିଡିଆ ଟାଇକୁନ୍ ରାମୋଜୀ ରାଓଙ୍କୁ ମଧ୍ୟ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କୁ ମରଣୋତ୍ତୋର ଭାବେ ପଦ୍ମବିଭୂଷଣ ଦିଆଯିବାକୁ ଘୋଷଣା କରାଯାଇଛି।

ପୂର୍ବତନ ସିଏଜି ବିନୋଦ ରାୟ, ଅଭିନେତା ଅନୁପମ ଖେର, କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଓ ଭାରତରେ ଅବସ୍ଥାପିତ ଆମେରିକାରର ପୂର୍ବତନ ରାଷ୍ଟ୍ରଦୂତ ରୋବର୍ଟ ଡି ବ୍ଲାକୱିଲଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବ। ଟେନିସ୍ ତାରକା ସାନିଆ ମୀର୍ଜା ଓ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କୁ ମଧ୍ୟ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବ।

ବରିଷ୍ଠ ଓକିଲ ଉଜ୍ୱଲ ନିକମ, ଅଭିନେତା ଅଜୟ ଦେବଗନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।