ପାକିସ୍ତାନରେ ବିନା ବିରୋଧରେ ରିଲିଜ୍‌ ହେଲା ‘ପଦ୍ମାବତ’

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ବଂଶାଲୀଙ୍କ ‘ପଦ୍ମାବତ’କୁ ନେଇ ସାରା ଦେଶରେ ନିଆଁ ଜଳୁଛି। କିଛି ରାଜ୍ୟରେ ଏହାକୁ ବିରୋଧ କରି ପ୍ରତିବାଦ କରାଯାଉଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ହିଂସା ଘଟାଇଛନ୍ତି। ଏହା ଭିତରେ ପଦ୍ମାବତ ପାଇଁ ଆଉ ଏକ ଖୁସି ଖବର ଆସିଛି। ଭାରତରେ ଏହାକୁ ବିରୋଧ କରାଯାଉଥିବା ବେଳେ ପାକିସ୍ତାନରେ ବିନା କାଣ୍ଟଛାଣ୍ଟରେ ଏହା ରିଲିଜ ହୋଇଛି। ଆଲ୍ଲାଉଦ୍ଦିନ ଖିଲିଜଙ୍କୁ ଖଳନାୟକ ଭୂମିକାରେ ଦର୍ଶା ଯାଇଥିବାରୁ ଏହାକୁ ବିରୋଧ କରାଯିବାର ଆଶଙ୍କା ଥିଲା। ହେଲେ ରିଲିଜ ବେଳେ ସେପରି କିଛି ଦେଖିବାକୁ ମିଳି ନଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପାକିସ୍ତାନ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସେନ୍ସର୍ସ (ସିବିଏଫ୍‌ସି) ଏହାକୁ ‘U’ ସାର୍ଟିଫଇକେଟ୍‌ ଦେଇଛି।

ମୋବାସିର ହସନ କହିଛନ୍ତି, ସିବିଏଫ୍‌ସି ଆର୍ଟ, ରିଏଟିଭିଟି ଓ ସୁସ୍ଥ ମନୋରଞ୍ଜନକୁ ନେଇ କେବେ ବି ପକ୍ଷପାତ କରିନାହିଁ।